ଜଗନ୍ନାଥ ମନ୍ତ୍ର: କେଉଁ ସମୟରେ କେଉଁ ନାମରେ ଡାକିବା ଭଗବାନ ଶ୍ରୀ ଜଗନ୍ନାଥଙ୍କୁ
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ କେତେ ବେଳେ କେଉଁ ନାମରେ ଡାକିବା ଆମ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଚାଲନ୍ତୁ ଜାଣିବା?
୧. ଔଷଧ ସେବନ କଳାବେଳେ ଡାକିବ - ବିଷ୍ଣୁ
୨. ଭୋଜନ କଲାବେଳେ ଡାକିବ - ଜନାର୍ଦ୍ଦନ
୩. ଶୟନ କାଳରେ ଡାକିବ - ପଦ୍ମନାଭ
୪. ବିବାହ କଲାବେଳେ ଡାକିବ - ପ୍ରଜାପତି
୫. ଯୁଦ୍ଧ ସମୟରେ ଡାକିବ - ଚକ୍ରଧର
୬. ପ୍ରବାସେରେ ଡାକିବ - ତ୍ରିବିକ୍ରମ
୭. ମରଣ କାଳରେ ଡାକିବ - ନାରାୟଣ
୮. ସଙ୍ଗମ କଲାବେଳେ ଡାକିବ - ଶ୍ରୀଧର
୯. ଦୃଶ୍ବପ୍ନ ହେଲା ବେଳେ ଡାକିବ - ଗୋବିନ୍ଦ
୧୦. ସଙ୍କଟ ପଡ଼ିଲା ବେଳେ ଡାକିବ - ମଧୁସୂଦନ
୧୧. ବଣରେ ଗଲାବେଳେ ଡାକିବ - ନରସିଂହ
୧୨. ଅଗ୍ନି ଜଳିଗଲା ବେଳେ ଡାକିବ - ଜଳସାୟିନ
୧୩. ଜଳମଧ୍ୟେ ହେଲାବେଳେ ଡାକିବ - ବରାହ
୧୪. ପର୍ବତରେ ଡାକିବ - ରଘୁନନ୍ଦନ
୧୫. ଗମନା ଗମନ କାଳେ ଡାକିବ - ବାମନ
୧୬. ସମସ୍ତ କାଳେ ଡାକିବ - ମାଧବ
ଏଇତୋ ଥିଲା ଭଗବାନଙ୍କ ଷୋହଳ ନାମ, କେଉଁ ସମୟରେ କେଉଁ ନାମରେ ଡାକିଲେ ଭଗବାନଙ୍କ ଆଶୀର୍ବାଦ ,ଆମ ମାନଙ୍କ ଉପରେ ରହିଥାଏ, ଏସବୁ ଜାଣିବା ପରେ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ ,ଜୟ ଜଗନ୍ନାଥ ନମସ୍କାର.......